ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି

0

ପୁରୀ: ରବିବାର ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପହଲିଭୋଗ ନୀତି ସମ୍ପନ୍ନ ହୋଇଛି। ଭୋର ୩ଟାରୁ ଦ୍ୱାର ଖୋଲା ଯାଇ ପ୍ରଥମେ ଗୋପାଳ ବଲ୍ଲଭ ଭୋଗ ଓ ପରେ ପହିଲି ଭୋଗ ଲାଗି ହୋଇଛି । ଏହି ଅବସରରେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଭୋର ୩ଟାରୁ ଦ୍ୱାର ଖୋଲା ହେବ ଏବଂ ରାତି ୧୧ଟାରେ ପହୁଡ଼ ପଡ଼ିବ । ପରମ୍ପରା ଅନୁଯାୟୀ, ଏହି ଏକ ମାସ ମା’ ଲକ୍ଷ୍ମୀ ବାପଘରକୁ ଯାଇଥାଆନ୍ତି । ସେଥିପାଇଁ ମା’ ସହଳ ରନ୍ଧାବଢ଼ା କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ସୁଭଦ୍ରାଙ୍କୁ ଖାଇବାକୁ ଦେବା ବିଧି ରହିଛି। ମାହାଲକ୍ଷ୍ମୀ ବାପଘରକୁ ଯିବା ପରେ  ମା’ ଯଶୋମତୀ ବିଭିନ୍ନ ସ୍ୱତନ୍ତ୍ର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇ ଥାଆନ୍ତି । ପହିଲି ଭୋଗରେ ବଡ଼ ଝିଲ୍ଲୀ, ଦରସୁଆ, ଏଣ୍ଡୁରୀ, କାକରା, ଆରିସା, ଗଇଁଠା, ମଣ୍ଡା ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥାଏ ।

Leave A Reply