ଉତ୍ତମ ପରିଚ୍ଛଦ ପାଇଁ ପୁଲିସ କର୍ମଚାରୀଙ୍କୁ ପୁରୀ ଏସପିଙ୍କ ପ୍ରଶଂସା

ପୋଷାକ ପରିଚ୍ଛଦ ଓ ଅଙ୍ଗ ବିନ୍ୟାସ କେତେ ଜରୁରୀ ତାହା ପ୍ରତ୍ୟେକ କ୍ଷେତ୍ରରେ ସହଜରେ ଜଣାପଡେ। ଯେମିତି କି ଡାକ୍ତର, ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଦେଖିଲେ ସେମାନଙ୍କ ପୋଷାକ ପରିଚ୍ଛଦରୁ ଜଣାପଡେ ସେମାନେ ସେମାନଙ୍କ କ୍ରମସ୍ଥଳୀରେ କେତେ ସକ୍ରିୟ। ଏମିତି ଏକ ଘଟଣା ଘଟିଛି ପୁରୀରେ। ଆଜି ସକାଳେ ପୁରୀ ଏସପି ଡଃ କନୱର ବିଶାଳ ସିଂହ ଶ୍ରୀମନ୍ଦିର ନିକଟରେ ଯାତ୍ରୀମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଥିବା ବ୍ୟାରିକେଡ଼ ପାଖରେ ପହଂଚିଥିଲେ। ସେଠାରେ ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଦେଖି ଏସପି ତାଙ୍କ ପାଖକୁ ଯାଇଥିଲେ ଓ ସମ୍ପୃକ୍ତ କର୍ମଚାରୀଙ୍କ ପୋଷାକ ପରିଚ୍ଛଦ ଦେଖି ସନ୍ତୋଷ ପ୍ରକାଶ କରିଥିଲେ।

ସେହି ପୁଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ନରେନ୍ଦ୍ର ବେହେରା। ଏସପି ଡଃ ସିଂହ ନରେନ୍ଦ୍ରଙ୍କ ପୋଷାକ ପରିଚ୍ଛଦ ଏବଂ ହାବଭାବ ନେଇ ତାଙ୍କର ପ୍ରଶଂସା କରିବା ସହ ୬ ଶହ ଟଙ୍କା ପୁରସ୍କାର ସ୍ୱରୂପ ଦେଇଥିବା ଜଣାପଡିଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଅନ୍ୟ ପୁଲିସ କର୍ମଚାରୀଙ୍କୁ କର୍ମସ୍ଥଳୀରେ ଉଚିତ ପରିଚ୍ଛଦରେ ରହିବା ପାଇଁ ପ୍ରବର୍ତ୍ତାଇବ ବୋଲି ମତ ପ୍ରକାଶ ପାଇଛି।

Comments are closed.