ଆଜିଠୁଁ ତିନି ଦିନ ଜଗା ଦର୍ଶନ ବନ୍ଦ

ପୁରୀ  : ଆଜି ବର୍ଷର ଶେଷ ଦିନ ହୋଇଥିବାରୁ ଭକ୍ତ ଗହଳିକୁ ଲକ୍ଷ୍ୟ କରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ସେହିପରି ନୂଆବର୍ଷ ୧ ତାରିଖ ଓ ୨ ତାରିଖ ରବିବାର ପଡୁଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ବିଶେଷ କରି ନୂଆ ବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣକୁ ଏଡାଇବା ପାଇଁ ପ୍ରଶାସନ ଏହି ନିଷ୍ପତି ନେଇଛି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାବିଧି ସମ୍ପନ୍ନ ହେବ ।
ଜାନୁଆରୀ ୩ ତାରିଖ ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂଆ ଏସଓପି ସମ୍ପର୍କରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ କରାଯିବ । ପରେ ଏହି ନିଷ୍ପତି ଅନୁଯାୟୀ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।

Comments are closed.