ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ:ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର: ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କିଛି ସମ୍ଭବ ହେଲା ବୋଲି ମତ ଦେଇ ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅପରପକ୍ଷରେ ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

Comments
Loading...