ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିର ପରିସରରେ ଆଜି ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରୁ ପଥର ମୂର୍ତ୍ତି ପଡି ଜଣେ ସେବାୟତ କୁନୁ ଓରଫ ଜମ୍ବେଶ୍ଵର ମହାପାତ୍ର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ସେବାୟତ ଜଣକ ଆଜି ସକାଳୁ ପୂଜା କରିବାକୁ ଯାଇଥିବା ବେଳେ ନୃସିଂହଙ୍କ କୋଳରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତିଟି ତାଙ୍କ ଗୋଡ ଉପରେ ଖସି ପଡିଥିଲା। ଆହତ ସେବକଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ତାଙ୍କୁ ସାକ୍ଷାତ୍ କରି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ଜମ୍ବେଶ୍ଵରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ ବୋଲି ଜଣାପଡିଛି।

Comments
Loading...