ରଥଯାତ୍ରା ବନ୍ଦହେଲେ ଅମଙ୍ଗଳ- ବାଡଗ୍ରାହୀ

ପୁରୀ: ରଥଯାତ୍ରା ବନ୍ଦହେଲେ ଅମଙ୍ଗଳ ହେବ। ଆଉ ୧୨ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁ ବାହାରକୁ ବାହାରିଲେ କରୋନା ପଳାଇବ ବୋଲି ନନ୍ଦିଘୋଷ ରଥ ମୁଖ୍ୟବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରକାଶ କରିଛନ୍ତି। ସେ କହିଲେ :- ରଥଯାତ୍ରା ବନ୍ଦହେବା ରାଜ୍ୟବାସୀଙ୍କ ପାଇଁ ବଡକଳଙ୍କ ହେବ। ଲୋକେ ପୁରୀ ନଆସି ଘରେବସି ଟିଭିରେ ରଥଯାତ୍ରା ଦେଖିପାରିବେ। କେବଳ ପାଳିଆ ସେବକଙ୍କୁ ନେଇ ରଥଯାତ୍ରା କରାଯିବ। ଯେଉଁମାନଙ୍କର ପାଳି ନଥିବ ସେମାନେ ଘରେ ରହିବେ। ଯେଉଁଠି ୧୦୦ଜଣ ସେବକଙ୍କୁ ନେଇ ରଥଯାତ୍ରା ହେଉଥିଲା ସେଠାରେ ୫୦ଜଣଙ୍କୁ ନେଇ କରାଯାଇ ପାରିବ। ଲୋକଙ୍କ ମଙ୍ଗଳପାଇଁ ମହାପ୍ରଭୁ ରତ୍ନସିଂହାସନ ଛାଡି ବଡ଼ଦାଣ୍ଡକୁ ଆସୁଥିବା ସେ ମତ ଦେଇଛନ୍ତି। ତେଣୁ ରଥଯାତ୍ରା ବନ୍ଦ କରାନଯାଇ କରୋନା ପ୍ରତିଷେଧକ ବ୍ୟବସ୍ଥା ସହ କେବଳ ପାଳିଆ ସେବକଙ୍କୁ ନେଇ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.