ଆଜି ଆଜ୍ଞାମାଳ ବିଜେ ନୀତି

ପୁରୀ : ରଥଯାତ୍ରା ହେବ କି ନାହିଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରଥରେ ଆଜି ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ଏ ନେଇ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଆଜ୍ଞାମାଳ ଆସିବାପରେ ରଥ ନ ଗଡ଼ିଲେ ନୀତି ବନ୍ଦ ଆଶଙ୍କା ରହିଛି। ବିଧି ଅନୁସାରେ ରଥଯାତ୍ରା ପୂର୍ବଦିନ ଶ୍ରୀଜିଓଙ୍କ ତିନି ବାଡିରୁ ୩ଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ବାର ସମ୍ମୁଖକୁ ରଥ ଟଣାଯାଇଥାଏ ।

ସେହିପରି ଶାସ୍ତ୍ରୀୟ ପରମ୍ପରା ଅନୁସାରେ ଶ୍ରୀଜିଓଙ୍କ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗ କହିଛନ୍ତି । କୋଭିଡ କଟକଣା ମାନି ସମସ୍ତ କାର୍ଯ୍ୟ କରାଯିବାନେଇ ଦଇତାପତି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Comments are closed.