ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ଅପରାହ୍ନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଆଜ୍ଞାମାଳ ପହଂଚିବା ପରେ ତିନି ରଥର ମୁଖ୍ୟ ମହାରଣା ଏହି ଆଜ୍ଞାମାଳକୁ ଗ୍ରହଣ କରିଥିଲେ। ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଂଚ ବିଧି ଉପଚାରରେ ତିନି ରଥ ପାଇଁ ଉଦ୍ଦିଷ୍ଟ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ତିନି ରଥର ମହାରଣା ସୁନା ଓ ରୂପା କୁରାଢ଼ୀରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଆସନ୍ତାକାଲିଠାରୁ ରଥ ଖଳାରେ ବିଶ୍ୱକର୍ମା ମହାରଣା ମାନେ ରଥ ନିର୍ମାଣରେ ନିୟୋଜିତ ହେବେ। କୋଭିଡ଼୍‍ କଟକଣାକୁ ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ।

ରଥ ନିର୍ମାଣ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ

Comments are closed.