ସ୍ୱାଦିଷ୍ଟ ପୁରି ରସାବଳୀ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ ଲିଟର
ସୁଜି – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
କାଜୁ, ପେସ୍ତା ବାଦାମ, ବାଦାମ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କେଶର – ଅଳ୍ପ
ଚିନି – ୨ କପରୁ ସାମାନ୍ୟ କମ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସୁଜି, ଘିଅ, ଅଳ୍ପ ଲୁଣ, ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ପାତ୍ର ବସାନ୍ତୁ। ପାତ୍ରରେ କ୍ଷୀର ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଚିନି , କେଶର, ଗୁଜୁରାତି ଗୁଣ୍ଡ, ବାଦାମ, ପେସ୍ତା ବାଦାମ, କାଜୁ, ପକାଇ ଭଲ ଭାବେ ଫୁଟାଇ ରାବିଡ଼ି ଭଳି ମୋଟା ହେବା ପରେ ଗ୍ୟାସରୁ ଓହ୍ଲାଇ ରଖନ୍ତୁ। ଏହା ପରେ ପ୍ରସ୍ତୁତ କରି ରଖିଥିବା ଦଳାରୁ ବେଲି ପୁରୀ ପ୍ରସ୍ତୁତ କରନ୍ତୁ। ପୁରୀ ପ୍ରସ୍ତୁତ ହେବା ପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏହି ପୁରୀକୁ ଛାଣନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏହି ପୁରୀ ଉପରେ ପ୍ରସ୍ତୁତ କରି ରଖିଥିବା ରାବିଡ଼ିକୁ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ପୁରି ରସାବଳୀ।

Comments are closed.