ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପାଳିତ ହେବ । ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯିବ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନୀତି ସମ୍ପନ୍ନ କରାଯିବ । ଏହି ଅବସରରେ ପୁରୀ ବେଳାଭୂମିରେ ସମୁଦ୍ର ଆଳତୀ ମହୋତ୍ସବ ଅନୁଷ୍ଠିତ ହେବ । ସମୁଦ୍ର ଆଳତୀଙ୍କୁ ନେଇ ବହୁ ପୌରାଣୀକ ତଥ୍ୟ ରହିଛି । କହାଯାଏ ବର୍ଷକର ଏହି ଗୋଟିଏ ଦିନରେ ତ୍ରିଭୁବନର ସମସ୍ତ ଦେବାଦେବୀଙ୍କୁ ଏକା ଥରେ ଗୋଟିଏ ସ୍ଥାନରେ ମହୋଦଧି କୂଳରେ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ତେବେ କରୋନା କଟକଣାରେ ଏହି ସମସ୍ତ ନୀତି ସମାପନ ହେବ ।

Comments are closed.