ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ; ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଶୁଣାଣି ହୋଇଛି । ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି ଯାଏଁ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖାଯାଇଛି ।
ସୂଚନା ଯୋଗ୍ୟ, ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି । ବିଚାରପତି ବି ଆର ଗଭାଇ ଓ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଶୁଣାଣି ତାଲିକା ସଂଖ୍ୟା ୨୦ରେ ଶ୍ରୀମନ୍ଦିର ମାମଲା ସ୍ଥାନ ପାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅତିରିକ୍ତ ଶୁଣାଣି ତାଲିକା ଅନୁଯାୟୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇ ଦ୍ୱାରା ଆଗତ ମାମଲା ଦ୍ୱୟର ଶୁଣାଣି ହେବ। ଆମସାର ଆଇନକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ମାମଲାକାରୀ ନ୍ୟାୟାଳୟରେ ଅଭିଯୋଗ କରିଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ରୋକିବା ଲାଗି କାର୍ଯ୍ୟବନ୍ଦ ଆଦେଶ ଜାରି କରିବାକୁ ଏସଏଲପିରେ ନିବେଦନ କରାଯାଇଛି।

 

Comments are closed.