ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ; ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ କୋର୍ଟଙ୍କ ରାୟ ଆସିଛି। ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିଛନ୍ତି ସୁପ୍ରିକକୋର୍ଟ। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କଲେ କୋର୍ଟ। କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଜରିମାନା କରାଯାଇଛି।
ସୂଚନା ଯୋଗ୍ୟ,ଗତକାଲି ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖା ଯାଇଥିଲା।

 

Comments are closed.