ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : କଥାରେ ଅଛି କାଳିଆ ସୁନା। ମାତ୍ର ଏବେ ଜଗତରନାଥ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦ୍ୱାର ରୂପାରେ ଝଲସିବ ବୋଲି ଗୁରୁବାର ଜଣାପଡ଼ିଛି।ଶ୍ରୀମନ୍ଦିରର ଦ୍ୱାରରେ ଥିବା ୩ଟି ମୁଖ୍ୟ କବାଟରେ ପ୍ରଥମେ ରୂପା ଛାଉଣୀ ହେବ। ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା। ରୂପା ଛାଉଣୀ ପାଇଁ ଡ଼ିଜାଇନ ( ରୂପାଙ୍କନ) ଚାଲିଛି। ଏହାସହ କବାଟରେ ଛାଉଣୀ ପାଇଁ ଜଣେ ଦାତା ରୂପା ଦେଇଛନ୍ତି ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏନେଇ ସୂଚନା ଦେଇଛନ୍ତି।

Comments are closed.