ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ

ପୁରୀ : ପବିତ୍ର ସ୍ନାନଯାତ୍ରା ପରେ ଅଣସର ଘରେ ବଡ ଠାକୁର। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ। ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥାଏ। ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ। ବର୍ଷକ ତଳୁ କର୍ପୁର,ଚୁଆ, ପରଖ, ପିଙ୍ଗଳ ଓ ସୁବାସିତ ପୁଷ୍ପ ସହିତ ଘଣାପୋଡା ରାଶିତେଲକୁ ମାଟି ତଳେ ପୋତି ଏହି ତେଲ ପ୍ରସ୍ତୁତ କରାଯାଇଥାଏ। ଆଜି ଏହାକୁ ମାଟି ତଳୁ କଢାଯାଇ ଶ୍ରୀମନ୍ଦିରକୁ ପଠାଯିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ। ୧୫ ଦିନ ଧରି ଚାଲିଥିବା ଅଣସର ନୀତିରେ ସେବାୟତମାନେ ଗୁପ୍ତ ସେବା କରିଥାଆନ୍ତି। ଉପଚାରରେ ଧିରେ ଧିରେ ସୁସ୍ଥ ହେବେ ମହାପ୍ରଭୁ। ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା।

Comments are closed.