ସାହି ମଝିରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

ପୁରୀ : ସାହି ମଝିରେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲା ଅନ୍ତର୍ଗତ ବାସେଳୀ ସାହି ଥାନା ମିଶ୍ରସାହିରେ ଘଟିଛି। ଦୁର୍ବୃତ୍ତମାନେ ଉକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ହାଣିଛନ୍ତି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ କରାଯାଇଛି ବୋଲି ସନ୍ଦେହ କରାଯାଉଥିବା ସହ ସାହିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି।

 

Comments are closed.