ରଥ ଖୋଲିବା ଓ ଗଢ଼ିବା ପାଇଁ ଗଠନ ହେଲା କମିଟି

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ଓ ପୁଲିସ ପ୍ରଶାସନ ଦ୍ବାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥର ପୁରୀ ଶ୍ରୀକ୍ଷେତ୍ର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ତାଳଧ୍ବଜ, ଦେବଦଳନ ଓ ନନ୍ଦୀଘୋଷ ରଥ ଜଗନ୍ନାଥବଲ୍ଲଭ ପରିସରରେ ରହିବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ମହାପ୍ରଭୁଙ୍କ ୩ ରଥ ଖୋଲାଯିବା ଓ ପୁଣି ଗଢ଼ିବା ନେଇ ଏକ କମିଟି ଗଠନ କରାଯାଇଛି। ଏହି ନବ ଗଠିତ କମିଟିରେ ଇଞ୍ଜିନିୟର, ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କୁ ସାମିଲ କରାଯାଇଛି। ରଥ ଖୋଲିବା ବେଳେ ଯେଉଁ ଅଂଶ ଭାଙ୍ଗିଯିବ ତାହା ଯୋଡ଼ିବାବେଳେ ନିର୍ମାଣ ହେବ। ଶାଳ, ପିଆଶାଳ ଓ ଶାଗୁଆନ କାଠରେ ଭାଙ୍ଗିଥିବା ଅଂଶ ନିର୍ମାଣ କରାଯିବ। ୨୫ରୁ୩୦ ଦିନ ମଧ୍ୟରେ ରଥ ଖୋଲା ଓ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହାପରେ ମହାପ୍ରଭୁଙ୍କ ୩ ରଥ ଜଗନ୍ନାଥବଲ୍ଲଭ ପରିସରରେ ରହିବ ରହିବ ବୋଲି ଜଣାପଡ଼ିଛି।

ପ୍ରତ୍ୟେକ ବର୍ଷ ରଥଯାତ୍ରା ଶେଷହେବା ପରେ ରଥଗୁଡିକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଏ। ଚଳିତବର୍ଷ ରଥଗୁଡିକୁ ଭଙ୍ଗାନଯାଇ ସଂରକ୍ଷଣ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି।

Comments are closed.