ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା

ପୁରୀ : ଆଡପ ମଣ୍ଡପ ବିଜେ ପରେ ଏବେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ଏହାସହ ଆଜି ଠାରୁ ବାହାରିବ ଆଡପ ଅବଢା। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ ଷ୍ଟାଣ୍ଡରେ ଅବଢା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ କରାଯାଇଛି ରଥଯାତ୍ରା। ଗତକାଲି ସମସ୍ତ ରୀତିନୀତି ଅନୁସାରେ ପ୍ରଥମେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ। ଏହାପରେ ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ମଣ୍ଡପରେ  ବିଜେ କରିବା ସହ ଗୋଟି ପହଣ୍ଡିରେ ବିଜେ କରିଥିଲେ ଭାବଗ୍ରାହୀ ମହାପ୍ରଭୁ ଜଗତରନାଥ ଜଗନ୍ନାଥ।

Comments are closed.