ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତ

ପୁରୀ : ରାଜ୍ୟ ତଥା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ମାଡି ଚାଲିଛି। ଏହି କାରଣରୁ ବିଭିନ୍ନ କଟକଣା ସହ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏନେଇ ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଦର୍ଶନ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ସନ୍ଧ୍ୟା ୮ଟା୩୦ସୁଦ୍ଧା ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଏହାସହ ରାତି ୯ଟାରୁ କଟକଣା କଡାକଡି ଭାବେ ପାଳନ ହେବ ।
ଏହାସହ କୋଭିଡ କଟକଣା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର କିଛି କର୍ମଚାରୀ ଓ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ସନ୍ଧ୍ୟା ୬ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ବୈଠକରେ ଶ୍ରୀମନ୍ଦିର ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.