ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ସୁଆର ସେବକ ଆହତ

ପୁରୀ: ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ଜଣେ ସୁଆର ସେବକ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି। ଆହତ ସେବକଙ୍କ ନାମ ନରସିଂହ ମହାପାତ୍ର ଓ ତାଙ୍କ ଘର ହରଚଣ୍ଡି ସାହିରେ। ଶ୍ରୀମନ୍ଦିର ଭୋଗମଣ୍ଡପ ଘରୁ ଗରମ ଡାଲି ହାଣ୍ଡି ଧରି ଶ୍ରୀ ମହାପାତ୍ର ଆନନ୍ଦ ବଜାର ଯିବାବେଳେ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଉପରେ ଗରମ ଡାଲି ଢାଳି ହୋଇ ଯାଇଥିଲା।

Comments are closed.