ଆସନ୍ତାକାଲି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ପୁରୀ : ଆସନ୍ତାକାଲି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ଆସନ୍ତାକାଲି ଦିନ ୧୦ ଟାରେ ପୁରୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯଜ୍ଞରେ ପୂର୍ଣ୍ଣାହୁତି ପରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏ ସଂପର୍କରେ ଆଜି ସୂଚନା ଦେଇଛନ୍ତି ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜ। ଏହି କାର୍ଯ୍ୟକ୍ରମରେ ଜଗତଗୁର ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଭ୍ୟ, ଦୁଇଜଣ କେନ୍ଦ୍ର ମନ୍ତ୍ରୀ, ପୂରୀ ସାଂସଦ, ୬ ଜଣ ବିଧାୟକ ଯୋଗଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଆରକ୍ଷୀ ଅଧିକ୍ଷକ କନ୍ୱର୍ ବିଶାଳ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.