ଆଜି ଠାରୁ ମା’ବିମଳାଙ୍କ ପୀଠରେ ଆରମ୍ଭ ଷୋଡଶ ଦିନାତ୍ମକ ପୂଜା

ପୁରୀ : ଆଜି ଠାରୁ ମା’ବିମଳାଙ୍କ ପୀଠରେ ଆରମ୍ଭ ଷୋଡଶ ଦିନାତ୍ମକ ପୂଜା। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଆରମ୍ଭ ଏହି ପୂଜା ଅବସରରେ ଗଜପତିଙ୍କ ପ୍ରାସାଦରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ। ମା’ବିମଳାଙ୍କ ପୀଠ ନିମନ୍ତେ ପୂଜକ,ଜଣେ ପରୀଚ୍ଛା,ଚଣ୍ଡୀପାଠ, ମନ୍ତ୍ରଯାପକ,ସହସ୍ରନାମ ପାଠକଙ୍କୁ ବରଣ କରାଯିବ। ଏହାସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା’ଭୁବନେଶ୍ୱରୀ, ମା’ବାଟମଙ୍ଗଳା ଓ ମା’ ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଶକ୍ତିପୀଠ ଯଥା ଦକ୍ଷିଣକାଳୀ ଓ ବିଭିନ୍ନ ପୀଠରେ ଷୋଳ ପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ଆଜି ବରଣ କରାଯିବାର ପରମ୍ପରା ରହିଛି।

Comments are closed.