ଆଜି ଠାରୁ ୩ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ସୋମବାର ଠାରୁ ନୂଆ ଏସଓପି

ପୁରୀ : ଆଜି ଠାରୁ ୩ ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ଅନୁଯାୟୀ, ଆଜି ଗଣେଶ ପୂଜା ଥିବାରୁ ଓ ପୂର୍ବ ଏସଓପି ଅନୁଯାୟୀ ଆସନ୍ତାକାଲି ଶନିବାର ଓ ରବିବାର ପାଇଁ ଲଗାତାର ୩ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଏହାପରେ ସୋମବାର ଠାରୁ ମନ୍ଦିର ଖୋଲାଯିବା ପରେ ନୂଆ ଏସଓପି ଅନୁଯାୟୀ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରବିବାର ମନ୍ଦିର ଭିତର ଓ ବାହାର ସାନିଟାଇଜ କରାଯିବ। ନୂଆ ଏସଓପି ଅନୁଯାୟୀ, ଏଣିକି ଶନିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ସକାଳ ୬ଟା ରୁ ରାତି ୯ଟା ଯାଏଁ ମନ୍ଦିର ଖୋଲା ରହିବ। ଏହାସହ ଆନନ୍ଦବଜାରରେ ସପରିବାର ସହ ମହାପ୍ରସାଦ ସେବନ କରିବାକୁ ଅନୁମତି ମିଳିଛି। ମନ୍ଦିର ଭିତରକୁ ପୂଜା ସାମଗ୍ରୀ ମଧ୍ୟ ଭକ୍ତମାନେ ନେଇପାରିବେ। ଏହାସହ ୨ଟି ପାନ କୋଭିଡ ଟିକାର ପ୍ରମାଣପାତ୍ର ଓ କିମ୍ବା କରୋନା ନେଗେଟିଭ ରିପୋର୍ଟ ଦେଖାଇବା ନିୟମ ପୂର୍ବପରି ବଳବତ୍ତର ରଖାଯାଇଛି।

 

Comments are closed.