ଆଜି ମହାପ୍ରଭୁଙ୍କ ନିକଟରୁ ରଥ ଖଳାକୁ ବିଜେ ଆଜ୍ଞାମାଳ

ପୁରୀ : ରାତି ପାହିଲେ ଜଗତରନାଥ,କୋଟି କୋଟି ଭକ୍ତଙ୍କ ମଉଡମଣି ଆରାଧ୍ୟ ଦେବତା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ପରମ୍ପରା ଅନୁଯାୟୀ, ସକାଳ ଧୂପନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଯିବ। ତିନି ବାଡରେ ସେବକ ମାନେ ଏହି ଆଜ୍ଞାମାଳ ବିଜେ କରାଇବେ। ଆଜ୍ଞାମାଳ ବିଜେ କାହାଳୀ ବାଜିବା ପରେ ବିଧି ପରମ୍ପରା ଅନୁଯାୟୀ, ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାରକୁ ବିଜେ ହେବ। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯିବ।

Comments are closed.