ଆଜି ମହାପ୍ରଭୁଙ୍କ ନବଯୌବନ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ନବଯୌବନ ବେଶ। ଆଉ ୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ୧୫ ଦିନ ଅଣସର ଘରେ ରହି ଗୁପ୍ତସେବା ପରେ ନବଯୌବନ ବେଶରେ ଆଜି ମହାପ୍ରଭୁଙ୍କ ଦର୍ଶନ। ମାତ୍ର ଚଳିତ ବର୍ଷ କରୋନା କଟକଣା କାରଣରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
ତିନିରଥରେ ଦ୍ୱାରବେଢାରେ ସେବାୟତ ମାନେ କପଡା ଲଗାଇବା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହାସହ ରଥଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ହେବ। ୧୧ ତାରିଖ ରାତି ୮ଟାରୁ ସହରରେ କର୍ଫ୍ୟୁ ଜାରି ରହିବ। ରଥଯାତ୍ରା ପାଇଁ ଜିଲାପ୍ରଶାସନ ପକ୍ଷରୁ କଟକଣା ଏଭଳି ନିଷ୍ପତ୍ତି ନିଆଯାଇଛି। ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

Comments are closed.