ଆଜି ଠାରୁ ରାତ୍ରିକାଳୀନ କର୍ଫ୍ୟୁ ; ୮ଟାପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ କଟକଣା

ପୁରୀ : ଆଜି ଠାରୁ ଲାଗୁ ହେବ ରାତ୍ରିକାଳୀନ (ନାଇଟ) କର୍ଫ୍ୟୁ କଟକଣା। ଏହି କାରଣରୁ ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଜାରି ହୋଇଛି। ନାଇଟ କର୍ଫ୍ୟୁ ପାଇଁ ରାତି ୮ଟାରେ ସ୍ୱତନ୍ତ୍ର ବ୍ୟାରିକେଡକୁ ସିଲ କରାଯିବ। ଏହାସହ ୮ଟା ପରେ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ୮ଟା ୩୦ ସୁଦ୍ଧା ମନ୍ଦିରରେ ଥିବା ଶ୍ରଦ୍ଧାଳୁ ମନ୍ଦିର ଭିତରୁ ବାହାରକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାସହ ଆସନ୍ତାକାଲି ରବିବାର ଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବା ସହ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

Comments
Loading...