ତପସ୍ୱିନୀ ଏକ୍ସପ୍ରେସ ଘଟଣା : ଅଗ୍ନିଶମ, ଜିଆରପି , ଆରପିଏଫ ସମ୍ମାନିତ

ପୁରୀ : ଗତ ମାର୍ଚ୍ଚ ମାସ ୨୨ ତାରିଖ ଦିନ ପୁରୀ ଷ୍ଟେସନ ଠାରେ ତପସ୍ୱିନୀ ଏକ୍ସପ୍ରେସର ତିନିଟି ଖାଲି କୋଚରେ ନିଆଁ ଲିଭାଇବା କ୍ଷେତ୍ରରେ ସ୍ୱତଃପୂର୍ଣ୍ଣ ଭାବେ ଖୁବ ଶୀଘ୍ର ଓ ଉତ୍କର୍ଷତାର ସହିତ କାର୍ଯ୍ୟ ସମ୍ପାଦନ ଓ ସେବା ପାଇଁ ପୂର୍ବତଟ ରେଳପଥ ପୁରୀଠାରେ ଥିବା ରାଜ୍ୟ ଅଗ୍ନିଶମ ବିଭାଗ, ସରକାରୀ ରେଳବାଇ ପୁଲିସ (ଜିଆରପି) ଓ ରେଳବାଇ ସୁରକ୍ଷାବଳ (ଆରପିଏଫ) କର୍ମଚାରୀଙ୍କ ପାଇଁ ନଗଦ ରାଶି ପୁରସ୍କାର ଘୋଷଣା କରାଯାଇଥିଲା। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ବ୍ରଜ ମୋହନ ଅଗ୍ରୱାଲ ମଙ୍ଗଳବାର ପୁରୀ ଠାରେ ସାହସୀ ସରକାରୀ ରେଳବାଇ ପୁଲିସ ଓ ରେଳବାଇ ସୁରକ୍ଷାବଳ କର୍ମଚାରୀମାନଙ୍କୁ ନଗଦ ରାଶି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ଅଗ୍ନିଶମ ବିଭାଗର ସାହସୀ କର୍ମଚାରୀ ମାନଙ୍କ ପୁରସ୍କାର ରାଶିକୁ ଅଗ୍ନିଶମ ବିଭାଗ ପୁଲିସ ମହାନିର୍ଦେଶକଙ୍କ ପାଖକୁ ପୁରୀସ୍ଥିତ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ପଠାଇଦିଆଯାଇଅଛି।

Comments are closed.