ଆସନ୍ତା କାଲିଠୁ ଖୋଲିବ ଶ୍ରୀମନ୍ଦିର; ସକାଳ ସାଢ଼େ ୭ରୁ ଦର୍ଶନ ଆରମ୍ଭ

ପୁରୀ: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଖୋଲିବ ପୁରୀ ଶ୍ରୀମନ୍ଦିର। ଏ ନେଇ ସହରବାସୀଙ୍କ ଦର୍ଶନ ପାଇଁ ଏସଓପି ଜାରି କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ବଲବନ୍ତ ସିଂହ ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ଅପରପକ୍ଷରେ ୨୬ ତାରିଖରୁ ସହରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ରୁ ଦର୍ଶନ ଆରମ୍ଭ ହେବ। ଦୈନିକ ପ୍ରାୟ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ହେବ।

ପରେ ୱାର୍ଡ ବାରି ଦର୍ଶନ ହେବ। ପ୍ରତିଦିନ ୫ଟି ୱାର୍ଡର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି। ଜାନୁଆରୀ ୩ ତାରିଖ ପରଠୁ ପୁରୀ ସହର, ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଜାନୁଆରୀ ୩ ପରେ ମଧ୍ୟ ପୁରୀ ସହର ବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟୋକ ଦିନ ସକାଳେ ଓ ସନ୍ଧ୍ୟାରେ ଏକ ଘଣ୍ଟା ଲେଖାଏଁ ଦର୍ଶନର ସୁବିଧା ଦିଆଯାଇଛି। ଯେଉଁଥିରେ ତାଙ୍କୁ କୋଭିଡ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ ବୋଲି ଜିଲାପାଳ ବଲବନ୍ତ ସିଂହ କହିଛନ୍ତି ।

Comments are closed.