ଆସନ୍ତା ୨୩ରୁ ଖୋଲିବ ଶ୍ରୀମନ୍ଦିର ଓ ଜିଲାର ସମସ୍ତ ଧର୍ମାନୁଷ୍ଠାନ

ପୁରୀ: ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। କରୋନା ମହାମାରୀ କାରଣରରୁ ପୁରୀର ଶ୍ରୀମନ୍ଦିର ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମସ୍ତ ବନ୍ଦ ରଖାଯାଇଥିଲା। ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବାସହ ପୁରୀ ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ ବୋଲି ପୁରୀ ଜିଲାପାଳ ବଳଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ଏହାପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଅନୁଯାୟୀ, ପ୍ରଥମ ଦୁଇ ଦିନ ଶ୍ରୀମନ୍ଦିରକୁ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିଛି। ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ପରେ ପର୍ଯ୍ୟାୟକ୍ରମେ ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ ବୋଲି ଜିଲାପାଳ ବଳଓ୍ବନ୍ତ ସିଂ କହିଛନ୍ତି ।
ମନ୍ଦିର ଯିବା ପାଇଁ କେତେକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରିବା ମଧ୍ୟ ବାଧ୍ୟତାମୂଳକ। ମନ୍ଦିର ବନ୍ଦ ଥିବା ସମୟରେ କିଛି ଦିନ ପୂର୍ବରୁ ଶ୍ରଦ୍ଧାଳୁ କେବଳ ବଡଦାଣ୍ଡରେ ଠିଆ ହୋଇ ପତିତପାବନକୁ ଦର୍ଶନ କରୁଥିଲେ। ମାତ୍ର ଜଗା ଦର୍ଶନ ନ କରୁଥିବାରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରି ଯାଉଥିଲା।