ପୁରୀରେ ୧୪୪ ଧାରା ଜାରି: ପତିତପାବନ ଦର୍ଶନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ପବିତ୍ର ନାଗାର୍ଜୁନ ବେଶ। ମହାପ୍ରଭୁଙ୍କ ଏହି ବେଶ ଦେଖିବା ଓ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଆଜି ପୁରୀ ସହରରେ ୧୪୪ଧାରା ଜାରି କରାଯାଇଛି। ଆଜି ରାତି ୨ାରୁ ବେଶ ଓଲାଗି ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ଧାରା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ବାର ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି ହୋଇଛି। ପୁରୀରେ ୧୪୪ଧାରା ଜାରି କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ। ତେବେ ବେଶ ଓଲାଗି ପରେ ଶ୍ରଦ୍ଧାଳୁମାନେ ପତିତିପାବନଙ୍କ ଦର୍ଶନ କରିପାରିବେ।

ପବିତ୍ର ନାଗାର୍ଜୁନ ବେଶ ଲାଗି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାତି ୨ଟାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା। ମହାପ୍ରଭୁଙ୍କ ବେଶ ଓଲାଗି ପାଇଁ ହରଚଣ୍ଡି ସାହିରୁ ସିଂହଦ୍ୱାର ପର୍ଯ୍ୟନ୍ତ ପୁଲିସର ଏସକର୍ଟ ରହିବ। ଏଥିଲାଗି ପୁରୀରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ୨ ଏଏସପି, ୭ ଡିଏସପି, ୧୯ ଏସ୍ ଆଇ ଓ ୭୭ ଏଏସଆଇଙ୍କୁ ନିୟୋଜିତ କରାଯାଇଥିବାର ସୂଚନା ମିଳିଛି।

Comments are closed.