ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ବହୁ ପ୍ରତିକ୍ଷୀତ ନାଗାର୍ଜୁନ ବେଶ ଭକ୍ତ ଦେଖିପାରିବେ ନାହିଁ। କୋଭିଡ୍‌ କଟକଣା ଯୋଗୁ ନାଗାର୍ଜୁନ ବେଶ ଦେଖିବାକୁ ଭକ୍ତଙ୍କ ବାରଣ କରାଯାଇଛି।
ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ କରାଯାଇଛି। କୋଭିଡ୍‌ କଟକଣା ପାଇଁ ନାଗାର୍ଜୁନ ବେଶ ବନ୍ଦ ନିଷ୍ପତ୍ତି ନିଆଯାଇଛି। ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ। ଭିତର କାଠ ନିକଟରେ ହେଉଥିବା ବେଶ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। କେବଳ ମହାପ୍ରଭୁଙ୍କ ବେଶ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.