ବନକ ଲାଗି ନୀତି ପାଇଁ ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ପ୍ରାୟ ୪ ଟାରୁ ରାତି ୮ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ରହିବ ବୋଲି ଜଣାପଡ଼ିଛି। ବନକ ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ମାତ୍ର ସେହି ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରି ପାରିବେ।

Comments are closed.