ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ନକଲି ପରୀକ୍ଷାର୍ଥୀ ଅଟକ

ପୁରୀ : ପୁରୀ ଜିଲା ବାସୁଦେବପୁର ଗ୍ରାମର କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟରୁ ଜଣେ ନକଲି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶନିବାର ପୁଲିସ ଅଟକ ରଖିଛି। ନକଲି ପରୀକ୍ଷାର୍ଥୀ ଜଣଙ୍କ ସୌମ୍ୟରଞ୍ଜନ ମହାନ୍ତି ବୋଲି ଜଣାପଡ଼ିଛି। ଖବର ପାଇ ସଦର ଥାନା ପୁଲିସ ନକଲି ପରୀକ୍ଷାର୍ଥୀ ସୌମ୍ୟରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ସେ ଯାହା ପାଇଁ ପରୀକ୍ଷା ଦେଉଥିଲେ ସେହି ଅସଲି ପରୀକ୍ଷାର୍ଥୀଙ୍କ ଖୋଜାଖୋଜି ପାଇଁ ଖୋଳତାଡ଼ ଆରମ୍ଭ କରିଛି। ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏନେଇ ଲିଖିତ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟରେ ଅନ୍ୟ ନକଲି ପରୀକ୍ଷାର୍ଥୀ ଥାଇପାରନ୍ତି ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି।

Comments are closed.