ଶରଧାବାଲିରେ ଅଲୌକିକ ଦୃଶ୍ୟ; ବର୍ଷାରେ ଭିଜିଲେ ଭକ୍ତ, ହେଲେ ଭିଜିଲାନି ନନ୍ଦିଘୋଷ

ପୁରୀ: ସେ ସୃଷ୍ଟି.. ସେ ହିଁ ଶ୍ରଷ୍ଠା । ତାବିନା ପତ୍ର ଟିଏ ବି ହଲେ ନି । ଦେଖୁନାହାନ୍ତି ଏହି ଭକ୍ତାରଣ୍ୟ ଶରଧାବାଲି ଓ ନନ୍ଦିଘୋଷ ରଥର ଦୃଶ୍ୟ । ରଥ ଉପରେ କାଳିଆ ଠାକୁର । ଆଉ ଭକ୍ତଙ୍କ ଉପରେ ଆଶୀର୍ବାଦର ବର୍ଷା । ଝିପିଝିପି ନୁହେଁ ମୁଶଳ ଧାରାରେ ବର୍ଷୁଛି ବର୍ଷା । ଆଉ ଭଗବାନଙ୍କ ପ୍ରେମରେ ଭିଜୁଛନ୍ତି ଭକ୍ତ। ଭିଡିଓଟି ଚଳିତ ବର୍ଷର ହୋଇଥିବା ବେଳେ ବେଶ ଭାଇରାଲ ହେବାର ଲାଗିଛି । କାରଣ ନନ୍ଦିଘୋଷ ରଥ ଚତୁପାର୍ଶ୍ବରେ ବର୍ଷା ହେଉଥିବା ବେଳେ ଜଗନ୍ନାଥଙ୍କ ରଥରେ ବୁନ୍ଦାଏ ପାଣି ହିଁ ପଡ଼ୁନାହିଁ । ଯେ କେହିବି ଏହି ଭିଡିଓକୁ ଦେଖୁଛନ୍ତି ଆଶ୍ଚର୍ଯ୍ୟ ହେଉଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

Comments are closed.