ଆଜିଠୁ ପୁରୀରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ନିଷେଧ

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ଆଜିର ଦିନରେ ପୁରୀରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ଲାଷ୍ଟିକ ନିଷେଧ ଅଭିଯାନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଥିବା ବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଧର୍ମେନ୍ଦ୍ର ପ୍ଲାଷ୍ଟିକ ବିରୋଧୀ ସଚେତନତା ଅଭିଯାନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ପୁରୀରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ କରାଯାଇଥିବା ନେଇ ଘୋଷଣା କରାଯାଇଥିଲା । ଯାହା ଆଜିଠାରୁ କାର୍ଯ୍ୟ କରାଯାଇଛି । ପୁରୀରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବାରୁ ସେଥିଲାଗି ସମୁଦ୍ର କୂଳ ଓ ସହରରେ ପ୍ଲାଷ୍ଟିକ୍‌ ଆବର୍ଜନା ବଢ଼ିବାରେ ଲାଗିଛି । ପରିବେଶ ପ୍ରଦ୍ୟୁଷଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

Comments are closed.