ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ

ପୁରୀ: ବଡ଼ଦାଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ମାର୍କେଟ ଛକ ନିକଟ ଥିବା ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ ପୁରୀ ବାସିନ୍ଦା କି ଅନ୍ୟ କେଉଁଠାରୁ ଆସିଛନ୍ତି ତାକୁ ନେଇ ପୁଲିସ ଛାନଭିନ୍‌ କରୁଛି ।

Comments are closed.