ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ

ପୁରୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଆଜି ସସ୍ତ୍ରୀକ ପ୍ରାତଃ କାଳରେ ଶ୍ରୀମନ୍ଦିର ପରିଦର୍ଶନରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରୁ ଫେରିବା ସମୟରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସକ ଜିତେନ୍ଦ୍ର ସାହୁ ଜଷ୍ଟିସ ଭଟ୍ଟଙ୍କୁ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନୀତ କରିଥିଲେ। ଜଷ୍ଟିସ ଭଟ୍ଟଙ୍କ ପରିଦର୍ଶନ ସମୟରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

Comments are closed.