ଜଗା ପାଖରେ ଉଡିଗଲା ପ୍ରାଣପକ୍ଷୀ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ ।  ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ଏପରି ଏକ ଘଟଣା ଆଜି ଶ୍ରୀମନ୍ଦିରରେ ଘଟିଛି । ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭକ୍ତ ଜଣକ ମା’ ବିମଳାଙ୍କ ଦର୍ଶନ ପାଇଁ ଯିବା ବେଳେ ଅଚେତ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ନାଁ ଓ୍ୱାଇ.ଜି ମୂର୍ତ୍ତି ହୋଇଥିବା ବେଳେ ତାଙ୍କ ବୟସ ୭୨ ବର୍ଷ ବୋଲି ସୂଚନା ମିଳିଛି । ସେ ଛତିଶଗଡ଼ର ବାସିନ୍ଦା ।

Comments are closed.