ପୁରୀ ସେବାୟତଙ୍କୁ ମିଳୁ ମାଗଣା ଟିକା, ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍‌ ଟିକା ଦେବାକୁ ଅନୁରୋଧ। ପୁରୀ ସେବାୟତଙ୍କୁ ମାଗଣା ଟିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅନୁରୋଧ କରାଯାଇଛି। ଏହି ଚିଠିରେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍‌ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ କରୋନା ସଂକ୍ରମଣ ଆଶଙ୍କା ରହିଛି। ତେଣୁ ସେବାୟତଙ୍କ ସମେତ ୫ଶହ କର୍ମଚାରୀଙ୍କୁ ଟିକା ଦେବା ପାଇଁ ଏହି ଚିଠିରେ ଅନୁରୋଧ କରାଯାଇଛି।

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆଜିଠାରୁ ଆଉ କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ନାହିଁ। ଏଣିକ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରିବେ। ଦୀର୍ଘ ୯ ମାସ ଧରି କାଳିଆ ସାଆନ୍ତକୁ ଟିକେ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ ଦର୍ଶନ କରିଛନ୍ତି। ତେଣୁ ଶ୍ରୀମନ୍ଦିରରେ ପୁଣି ଭିଡ଼ ଜମିଛି ଓ ଗହଳଚହଳ ବଢ଼ିଛି। ଫଳରେ ଶ୍ରୀମନ୍ଦିର ପରିସରରେ ରାଜ୍ୟ ତଥା ଦେଶବିଦେଶରୁ ଭକ୍ତଙ୍କ ସମାଗମ ହେଉଥିବାରୁ କରୋନା ସଂକ୍ରମଣ ଆଶଙ୍କା କରାଯାଇଛି। ଏହାର ପ୍ରତିକାର ସ୍ବରୁପ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ପାଇଁ ପୁରୀ ସେବାୟତ ଓ ୫୦୦ କର୍ମଚାରୀଙ୍କୁ କରୋନା ଟିକା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖିଥିବା ଜଣାପଡ଼ିଛି।

Comments are closed.