ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ଟେଣ୍ଡର ଚୂଡ଼ାନ୍ତ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀଜମା ନିମନ୍ତେ ପୁନଃଟେଣ୍ଡର ପ୍ରକ୍ରିୟା ଗୁରୁବାର ଚୂଡାନ୍ତ କରାଯାଇଛି। ୟେସ୍‌ ବ୍ୟାଙ୍କରୁ ଗତ ୧୯ତାରିଖରେ ଉଠାଯାଇଥିବା ୩୮୯କୋଟି ଟଙ୍କା ୩ଟି ଜାତୀୟକରଣ ବ୍ୟାଙ୍କରେ ରଖାଯିବାକୁ ସ୍ଥିର ହୋଇଛି। ଟେଣ୍ଡର ପ୍ରକ୍ରିୟାରେ ୧୦ଟି ଜାତୀୟକରଣ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ। ବାର୍ଷିକ ସ୍ଥାୟୀଜମା ଉପରେ ୬.୨୬% ସୁଧ ଦେବାକୁ ନେଇ ବ୍ୟାଙ୍କ ଗୁଡ଼ିକ ପ୍ରସ୍ତାବ ଦାଖଲ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍‌ ବରୋଦାରେ ୨୮୭କୋଟି ଟଙ୍କା ସର୍ତ୍ତମୂଳକ ଭାବେ ଜମା ରଖାଯିବ। ୧୦୨କୋଟି ଟଙ୍କା​‌ ଫାଉଣ୍ଡେସନ ଫଣ୍ଡ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ରହିଛି। ଗୁରୁବାର ଗୃହୀତ ନିଷ୍ପତ୍ତି ଅନୁଯାୟୀ ଅବଶିଷ୍ଟ ୨୮୭କୋଟି ଟଙ୍କା ମଧ୍ୟରୁ ୟୁନିୟନ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ବରୋଦାରେ ରଖାଯିବାକୁ ସ୍ଥିର ହୋଇଛି। ୟୁନିୟନ ବ୍ୟାଙ୍କ ୫.୭୫% ସୁଧ ଦେବାକୁ ପୂର୍ବରୁ ପ୍ରସ୍ତାବ ଦେଇଥିଲା। ୩ବର୍ଷ ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ଜାତୀୟକରଣ ବ୍ୟାଙ୍କରେ ଜମା ରଖାଗଲେ ଅପେକ୍ଷାକୃତ କମ୍‌ ସୁଧ ମିଳୁଥିବାରୁ ପୁନର୍ବାର ଟେଣ୍ଡର କରାଯାଇ ଗୁରୁବାର ତାହାକୁ ଚୂଡାନ୍ତ କରାଯାଇଛି।

Comments are closed.