ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଶେଷ, ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ । ଏନେଇ ଶ୍ରୀମନ୍ଦିର ପକ୍ଷରୁ ମାମଲା ଲଢୁଥିବା ଓକିଲ ଶ୍ୱେତକେତୁ ମିଶ୍ର ସୂଚନା ଦେଇଛନ୍ତି ।

ଶ୍ୱେତକେତୁ ମିଶ୍ର କହିଛନ୍ତି ଯେ, ନିକଟରେ ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗସ୍ତ କରି ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରିଛନ୍ତି । ଉଚ୍ଛେଦ ପ୍ରସଙ୍ଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସେ କୋର୍ଟକୁ ଜଣାଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାକୁ ସବୁ ପକ୍ଷ ସମର୍ଥନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉତ୍ତମମାନର ପ୍ରସାଦକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି ।

Comments are closed.