କୋହଳ ହେଲା ଜଗା ଦର୍ଶନ କଟକଣା, ଆନନ୍ଦବଜାରରେ ମିଳିବ ଅବଢା

ପୁରୀ : ଶ୍ରୀ ମନ୍ଦିର ଦର୍ଶନ ବ୍ୟବସ୍ଥାରେ କୋହଳ ହେଲା କଟକଣା। ଏଣିକି ଶ୍ରଦ୍ଧାଳୁ ଓ ଭକ୍ତ ସବୁ ରବିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଆନନ୍ଦବଜାରରେ ମଧ୍ୟ ମହାପ୍ରସାଦ ସେବନ ନେଇ ଅନୁମତି ମିଳିଲା।
ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ ଆରମ୍ଭ ହେବ, କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।