ଶ୍ରୀଜୀଉଙ୍କୁ ଦର୍ଶନ କଲେ ଗଜପତି

0

ପୁରୀ : ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ପରିବାର ସହ ସୋମବାର ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କ ସନ୍ଧ୍ୟାଆଳତୀ ପରେ ଦକ୍ଷିଣଦ୍ୱାର ଦେଇ ଗଜପତି ମନ୍ଦିର ଭିତରକୁ ଯାଇଥିଲେ। ତାଙ୍କସହ ରାଣୀଙ୍କ ସମେତ କିଛି ସମ୍ପର୍କୀୟ ଥିଲେ। ସନ୍ଧ୍ୟା ୬ଟା ୪୦ରୁ ୭ଟା ୪୦ ପର୍ଯ୍ୟନ୍ତ ମନ୍ଦିର ଭିତରେ ଗଜପତି ରହିଥିଲେ। ବଟଗଣେଶ, ମଙ୍ଗଳା, ନୃସିଂହ, ବିମଳା ଏବଂ ମହାଲକ୍ଷ୍ମୀଙ୍କୁ ସେମାନେ ଦର୍ଶନ କରିଥିବା ସୂଚନା ମିଳିଛି।

Leave A Reply