ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ପୁରୀ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଗଜପତି ମହାରାଜା ଏହି ଚିଠି ଲେଖିଛନ୍ତି। ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶାସ୍ତ୍ର, ତତ୍ତ୍ବ, ଇତିହାସ ଓ ଧାର୍ମିକ ଦୃଷ୍ଟି କୋଣରୁ ପୁରୀ ରଥଯାତ୍ରାର ମହତ୍ତ୍ବ ରହିଛି। ପୁରୀ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚାର କରିବା ସହ ସରକାର ଏନେଇ ସୁପ୍ରମିକୋର୍ଟ ଯିବାପାଇ ଗଜପତି ମହାରାଜା ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.