ଭାର୍ଗବୀରେ ତୃତୀୟ ଥର ବନ୍ୟା ; ବୃଦ୍ଧି ପାଉଛି ଜଳସ୍ତର

0

ସୁଆଣ୍ଡୋ : ପୁରୀ ଜିଲାର ଭାର୍ଗବୀ ନଦୀରେ ଚଳିତ ବର୍ଷର ତୃତୀୟ ଥର ବନ୍ୟା ଆସିଛି । ଲଘୁଚାପଜନିତ ଲଗାଣ ବର୍ଷା ଓ ହିରାକୁଦରୁ ବାରଟି ଗେଟ୍ରୁ ଜଳ ନିଷ୍କାସନ କରାଯାଉଥିବାରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗବକୁଣ୍ଡ ଠାରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା ବେଳେ ବଳଙ୍ଗା ଠାରେ ବିପଦ ସଙ୍କେତ ନିକଟତର ହୋଇଥିବା ଜଣାପଡିଛି । ବଳଙ୍ଗା ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀ ଓ କନିଷ୍ଠଯନ୍ତ୍ରୀ ନଦୀବନ୍ଧ ସୁରକ୍ଷା ପ୍ରତି ଦୃଷ୍ଟି ରଖିଛନ୍ତି । ତେବେ ଭାର୍ଗବୀ ବନ୍ୟାଜଳର ବୃହତ ଅଂଶ ଗବକୁଣ୍ଡ କଟ୍ ରେ ଖଲାସ ହୋଇ ଯାଉଛି। ନଦୀର କଣ୍ଡିଆ ସବୁ ବୁଡି ଦୁଇକୂଳ ଧରି ଜଳପ୍ରବାହିତ ହେଉଛି।

Leave A Reply