ପୁରୀ ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ପୁରୀ ଜିଲ୍ଲାର ବନ୍ୟା ପରିସ୍ଥତି ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ସକାଳେ ସର୍କିଟ ହାଉସ୍ ସମ୍ମିଳନୀ ହଲରେ ଏହି ଆଲୋଚନାରେ ଶ୍ରୀ ଦାସବର୍ମା ନଦୀ ବନ୍ଧର ଅସୁରକ୍ଷିତ ପଏଣ୍ଟଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଶେଷ ଭାବରେ ଦୟା, ଭାର୍ଗବୀ, ମକର, ଲୁଣା ପ୍ରଭୃତି ନଦୀଗୁଡିକରେ ମହାନଦୀରୁ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ହେବାର ସମ୍ଭାବନା ରହିଛି ଏବଂ ତାହା ଚିଲିକାକୁ ପ୍ରବାହିତ ହେବାକୁ ଥିବାରୁ ପୁରୀ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ତେଣୁ ଏନଡ଼ିଆରଏଫ, ଓଡ୍ରାଫ ବାହିନୀ ମୁତୟନ ସହ ଅବଶକୀୟ ଚିକିତ୍ସା ସୁବିଧା, ପାନୀୟ ଜଳ ଯୋଗାଣ ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀ ଦାସବର୍ମା ଠିକ୍ ସମୟରେ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ରାଜସ୍ୱ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Comments are closed.