ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ମୁଖ୍ୟ ଅଭିଯୁକ୍ତ ଅଟକ, ଅତ୍ୟାଧୁନିକ ପିସ୍ତଲ ଜବତ

ଭୁବନେଶ୍ବର: ଶ୍ରୀମନ୍ଦିର ସମ୍ମୁଖରେ ଗୁଳିମାଡ଼। ଶ୍ରୀମନ୍ଦିର ସମ୍ମୁଖରେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଶ୍ରୀଲୋକନାଥଙ୍କ ସେବାୟତ ଗୁରୁତର ହୋଇଥିଲେ। ଗୁରୁତର ସେବାୟତଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଆଜି ରାତି ପ୍ରାୟ ୯ଟା ସମୟରେ ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ ଘଟିଛି ଏବଂ ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ତଳୁଚ୍ଛସାହିର ଶିବରାମ ପାତ୍ର ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା ହୋଇଥିବା ଜଣାପଡ଼ିଛି। ୨ଜଣ ଦୁର୍ବୁତ ଆସି ଶ୍ରୀମନ୍ଦିର ସମ୍ମୁଖ ଜନଗହଳି ସ୍ଥାନରେ ୨ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ଠାରୁ ମାତ୍ର ୧୦ ମିଟର ଦୂରରେ ଏହି ଗୁଳି କାଣ୍ଡ ଘଟିଛି। ଗୁଳିକାଣ୍ଡରେ ମୃତକ ଯୁବକଙ୍କ ନାମ ଶିବରାମ ପାତ୍ର ଏବଂ ଘର ପୁରୀ ତଲୁଛ ସାହିରେ ବୋଲି ଜଣା ପଡ଼ିଛି। ରାତି ପ୍ରାୟ ୯ ଟା ବେଳେ ଶିବରାମ ନିଜ ବାଇକ ଯୋଗେ କାକୁଡି ଖାଇ ଛକ ଦେଇ ଘରକୁ ଫେରୁଥିଲେ। ଦୁଇଜଣ ଯୁବକ ତାଙ୍କୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଶିବରାମ ବାଇକରୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଗୁଳି କରିଥିବା ଯୁବକଙ୍କୁ ଗୋଡେଇ ଗୋଡେଇ ପୁଲିସ ଧରିବାରେ ସଫଳ ହୋଇଛି। ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ଯୁବକଙ୍କଠାରୁ ପୁଲିସ ପକ୍ଷରୁ ଅତ୍ୟାଧୁନିକ ପିସ୍ତଲ ଜବତ କରାଯାଇଛି। ହତ୍ୟାକାଣ୍ଡ ଭିଆଇ ଖସି ଯିବାକୁ ଉଦ୍ୟମ କରିଥିବା ପୁଲିସ ଦ୍ବାରା ଅଟକ ହୋଇଥିବା ଯୁବକଙ୍କ ନାମ ଚନ୍ଦନ ବାରିକ ବୋଲି ଜଣାପଡ଼ିଛି। ଜମି ବିବାଦ ଏବଂ ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ ହୋଇଛି।

Comments are closed.