ପୁରୀରେ ଡବଲ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଟିକି ଖାନ୍ ଓ ବିଶୁ ଆହତ

0

ପୁରୀ : ପୁରୀରେ ପୁଲିସର ଡବଲ ଏନକାଉଣ୍ଟର । ସୋମବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଟିକି ଖାନ୍ ଓ ବିଶୁ ଆହତ ହୋଇଛନ୍ତି।

ତାଳବଣିଆ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ବିଶୁ ଓରଫ ଚିତ୍ତରଞ୍ଜନ ସାହୁ ଆହତ ହୋଇଛି । ବ୍ରଉନ ସୁଗାର କାରବାରରେ ବିଶୁ ସଂମ୍ପୃକ୍ତ ଥିଲା । ଆହତ ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି କୁଖ୍ୟାତ ବାଲି ମାଫିଆ  ଟିକି ମିଆଁ ଓରଫ ଟିକି ଖାନ ମଧ୍ୟ ପୁଲିସ ଗୁଳିରେ ଆହତ ହୋଇଛି । ପୁରୀ-କୋଣାର୍କ ମାରାଇନ ଡ୍ରାଇଭ ଅଞ୍ଚଳରେ ପୁଲିସ ସହ ଗୁଳିବିନିମୟରେ ଟିକି ଆହତ ହୋଇଛି । ତା ନିକଟରୁ ଗୁଳି ପିସ୍ତଲ ଓ ମାରଣାସ୍ତ୍ର ଜବତ କରାଯାଇଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

Leave A Reply