ଦୀପାବଳି : ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ପିଣ୍ଡଦାନ ସହ ବଡବଡୁଆ ଡାକ

ପୁରୀ : ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ରବିବାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ବାଇଶି ପାହାଚଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି । ଶ୍ରାଦ୍ଧ ଦେବାଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ୫୦ ଟଙ୍କା
ଲେଖାଏଁ ଟିକେଟର ବ୍ୟବସ୍ଥା କରାଯାଇଥିଲା । ଶ୍ରାଦ୍ଧ ଦେବାପରେ ଶ୍ରଦ୍ଧାଳୁମାନେସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ କାଉଁରିଆ ଜାଳି ବଡବଡୁଆ ଡାକୁଛନ୍ତି ।

ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କର ଆକର୍ଷଣୀୟ ରାଧାଦାମୋଦର ବେଶ ଦେଖିବା ଲାଗି ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଛନ୍ତି। ହଜାର ହଜାର ସଂଖ୍ୟକ କାର୍ତ୍ତିକ ବ୍ରତଧାରୀଙ୍କ ହରିବୋଲ ହୁଳହୁଳି ଧ୍ୱନୀରେ ବଡଦାଣ୍ଡ ସମେତ ବଡଦେଉଳ ପରିସର ମୁଖରୀତ ହୋଇଉଠିଛି ।

Comments are closed.