ବିନା କାମରେ ସାଧାରଣ ଲୋକଙ୍କ ପାଇଁ ପୁରୀ ମନା; ନିର୍ଦେଶନାମା ଜାରି କଲେ ଜିଲାପାଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ପୁରୀ ଭିତରକୁ ଆବଶ୍ୟକ ନ ଥିବା ଲୋକଙ୍କୁ ଛଡ଼ା ଯିବ ନାହିଁ। ପୁରୀକୁ ଥିବା ୩ଟି ରାସ୍ତାରେ ନାକାବନ୍ଦି କରି ଯାଞ୍ଚ କରାଯିବ। ପୁରୀ-ଭୁବନେଶ୍ବର, ପୁରୀ-ଅସ୍ତରଙ୍ଗ ଏବଂ ପୁରୀ-ଜଗନ୍ନାଥ ସଡ଼କରେ କଡ଼ାକଡ଼ି ଯାଞ୍ଚ ହେବ। ପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ତଥ୍ୟ ଦେବାକୁ ପଡ଼ିବ। ଯାଞ୍ଚବେଳେ ଆବଶ୍ୟକ ନ ଥିବା ଲୋକଙ୍କୁ ଛଡ଼ା ଯିବ ନାହିଁ। ଆସନ୍ତାକାଲିଠାରୁ ପୁରୀରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବ। ନିୟମ ଭାଙ୍ଗିଲେ ଜରିମାନା ଆଦାୟ କରାଯିବ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ ବଲ୍‌ୱନ୍ତ ସିଂହ ସୂଚନା ଦେଇଛନ୍ତି।

Comments are closed.