ପୁରୀ କରୋନା ଆକ୍ରାନ୍ତ ଜଣେ ପୋଷ୍ଟମ୍ୟାନ

ସମାଜ ପୋର୍ଟାଲ ଡେସ୍କ: ପୁରୀରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ପୋଷ୍ଟମ୍ୟାନ୍ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ। ଚୌଧୁରୀଙ୍କ ସୂଚନା ଅନୁସାରେ ପୁରୀରେ ଚିହ୍ନିତ କରୋନା ପୀଡ଼ିତ ଭୁବନେଶ୍ବରର ଏକ ସବ୍ ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବରେ କାମ କରନ୍ତି। ସେ ଗୌତମ ନଗର ଏବଂ କୋର୍ଟ ଅଂଚଳରେ ସେ ଡ଼ାକ ଦେବାନେବା କରୁଥିଲେ।  ଗତ ୧୦ ତାରିଖରେ ସେ ଦିଲ୍ଲୀରୁ ଫେରିଥିଲେ।

ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସମ୍ପୃକ୍ତ ପୋଷ୍ଟମ୍ୟାନ ସେହି ଅଂଚଳରେ ଡାକ ବାଣ୍ଟି ଥିବାରୁ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜେ ଘରେ ଏକାନ୍ତଵାସରେ ରହିବେ ଓ ୧୦୪କୁ କଲ କରି ପଂଜିକୃତ ହେବେ। ଯଦି କେହି କାଶ, ଛିଙ୍କ କି ଅନ୍ୟ କୌଣସି ଲକ୍ଷଣ ଅନୁଭବ କରନ୍ତି ସେ କ୍ଷେତ୍ରରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ବିଏମସି କମିଶନର କହିଛନ୍ତି।

Comments are closed.